Breaking Newsରାଜ୍ୟ

କଟକ ସହରରୁ ୧୧ କରୋନା ପଜିଟିଭ୍ ଚିହ୍ନଟ

କଟକ : କଟକ ସହରରୁ ଆଜି ୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ସଂକ୍ରମିତଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୩ ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ। ସେହିପରି ସ୍ଥାନୀୟ ସଂକ୍ରମିତମାନେ ହେଲେ ଗମାଣ୍ଡିଆ କଲୋନୀର ଜଣେ ୫୫ ବର୍ଷୀୟା ମହିଳା ଓ ପରେଶ୍ୱର ସାହି ଜୋବ୍ରା ୨୮ ବର୍ଷୀୟ ଯୁବକ। ସୂଚନାଯୋଗ୍ୟ କଟକ ସହରରେ ଏବେସୁଦ୍ଧା ୩୩୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୮୮ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି ୧୩୯ଟି ସକ୍ରିୟ କେସ୍ ରହିଛି ।

ମତାମତ ଦିଅନ୍ତୁ ।

Back to top button