କଟକ ସହରରୁ ସୋମବାର ସଟ୍‌ଡାଉନ୍ ହଟିବ

କଟକ : କରୋନା ସଂକ୍ରମଣ ରୋକିବା ପାଇଁ କଟକ ସହରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ କଟକଣା ଆସନ୍ତାକାଲି ହଟିବ। ସ୍ଥିତିର ସମୀକ୍ଷା କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିବା କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି। କିନ୍ତୁ ସପ୍ତାହର ଶନିବାର ଓ ରବିବାର ଯେଉଁଭଳି ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି ତାହା ବଳବତ୍ତର ରହିବ। ସୋମବାର ଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦେକାନ ବଜାର ଖୋଲା ରହିବ। ସହରରେ ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁହେବ। ସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ। କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।