କଟକ : ୨୧ରୁ ୪୦ ବର୍ଷ ବୟସର ଅଧିକ କରୋନା ଆକ୍ରାନ୍ତ

କଟକ : କଟକ ମହାନଗର ନିଗମ ଅଂଚଳରେ ୨୧ରୁ ୪୦ ବର୍ଷ ବୟସ ମଧ୍ୟରେ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି। ୨୦ ବର୍ଷରୁ କମ ବୟସର ୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସିଏମ୍‌ସି କମିସନର ଅନନ୍ୟା ଦାସ।

ରବିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଦାସ ଦେଇଥିବା ସୂଚନା ଅନୁଯାୟୀ କଟକ ମହାନଗର ନିଗମ ଅଂଚଳରେ ୪୧ରୁ ୬୦ ବର୍ଷ ବୟସ ମଧ୍ୟରେ ୨୬୧ ଜଣ ଓ ୬୦ ବର୍ଷରୁ ଅଧିକ ୬୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ ୮ରୁ ୧୪ ତାରିଖ ମଧ୍ୟରେ ୬୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୭ ପ୍ରତିଶତ ଅର୍ଥାତ ୧୬୫ ଜଣ କଣ୍ଟେନମେଣ୍ଟ ଜୋନରୁ। ଗୃହ ସଂଗରୋଧରୁ ୧୭୪ ଜଣ, ସରକାରୀ ସଂଗରୋଧରୁ ୧୨୭ ଜଣ ଓ ୧୨୭ ଜଣ ସ୍ଥାନୀୟ ସଂକ୍ରମଣ ହେଉଛନ୍ତି।

ସେ କହିଲେ ସହରର ସଂକ୍ରମଣ ନ ବ୍ୟାପିବା ଉପରେ ଗୁରୁତ୍ଵ ଦିଆଯାଉଛି। ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟେଷ୍ଟିଂ ହେବ। ଆଣ୍ଟିଜେନ, ଟ୍ରନାଟ ଓ ଆରଟିପିସିଆର ଟେଷ୍ଟିଂ ବଢ଼ିଛି। ୮ ଓ ୧୨ରେ ୮ ପ୍ରତିଶତ ପଜିଟିଭ ବଢ଼ିଥିଲା। ଟେଷ୍ଟିଂ ବଢ଼ିଥିବାରୁ ପଜଟିଭ ସଂଖ୍ୟା ବଢ଼ିଛି। ଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଆମେ ଟେଷ୍ଟିଂ କରୁଛି। ମୋବାଇଲ ଟେଷ୍ଟିଂ ୟୁନିଟ ପହଂଚୁଛି। ଯେଉଁଠି ଜ୍ୱର, କାଶ, ରୋଗୀ ଅଛନ୍ତି ସେଭଳି ସ୍ଥାନକୁ ଗୁୁରତ୍ୱ ଦେଉଛୁ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।