କଟକ : ୪ ଲକ୍ଷ ଟଙ୍କାର ବେଆଇନ କଫସିରଫ ଜବତ

କଟକ : କଟକ ମର୍କତନଗର ପୋଲିସ ୪ ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫସିରଫ ଜବତ କରିଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ ଏହି ବେଆଇନ କଫସିରଫ କାହାକୁ ବିକ୍ରି ହେଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି କଫସିରଫରେ ଏନ ୧୦ ନିଶା ଟାବଲେଟ ମିଶାଯାଇ ଶହେ ଏମ.ଏଲ ବୋତଲକୁ ୧୧୦ ଟଙ୍କାରେ ବିକ୍ରି କରାଯାଉଥିଲା। କାରଣ ମଦ ଭଳି ଏହାକୁ ସେବନ କଲେ କୌଣସି ବାସ୍ନା ହୁଏ ନାହିଁ। କିନ୍ତୁ ନିଶା ଅଧିକ ହୁଏ। କମ ଦାମରେ ଏସବୁ ମିଳୁଥିବାରୁ ସାଧାରଣତଃ କଲେଜ ପଢ଼ୁଆ ପିଲା ଏହାର ମୁଖ୍ୟ ଗ୍ରାହକ ସାଜୁଛନ୍ତି। ଏକ ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇ ପୋଲିସ ଚଢ଼ଉ କରିଥିଲା ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।