କଟକ ବଡ ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର

କଟକ : କଟକ ବଡ ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯାଇଛି। ବୁର୍ଲା ମେଡିକାଲରୁ ରେଫର ହୋଇ ସେ ଏଠାକୁ ଆସି ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲେ। ହାଇଦରକୁ ଜଗିବା ପାଇଁ ନିୟୋଜିତ ଜଣ ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ସେ ଖସି ଯିବାକୁ ସକ୍ଷମ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ୨୦୦୭ ମେ’ ୨୭ ତାରିଖରେ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା। ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ରଶ୍ମିରଞ୍ଜନଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ମୁଣ୍ଡ ଜାମିନ ରଖି ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ପରେ ତାଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ମୃତଦେହ ରଶ୍ମିରଞ୍ଜନଙ୍କର ବୋଲି ଜଣାପଡିଥିଲା। ୨୦୧୫ ମସିହାରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ହାଇଦରକୁ ଦୋଷୀ ସାବ୍ୟସ୍ତ କରିଥିଲେ।

ହାଇଦରକୁ ଧରିବା ପାଇଁ ପୋଲିସର ଉଦ୍ୟମ ଆରମ୍ଭ ହୋଇଛି। କଟକର ସମସ୍ତ ପ୍ରବେଶ ଓ ପ୍ରସ୍ତାନ ପଥ ସିଲ୍ କରାଯାଇଥିବା ବେଳେ ଡିଆଇଜି ଓ କଟକ ଡିସିପି ଏସବୁ ତଦାରଖ କରୁଛନ୍ତି। ରାସ୍ତାରେ ନାକାବନ୍ଦୀ କରି ପୋଲିସ ଯାଞ୍ଚ କରୁଛି। ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା ଜେଲ୍ ଡିଜି କହିଛନ୍ତି। ସେହିପରି ଫେରାର ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button