କଟକ ଲୋକେ ହ୍ୱାଟ୍ସ‌ଆପ୍‌ରେ କରିପାରିବେ ଅଭିଯୋଗ

କଟକ : କରୋନା ପାଇଁ କଟକ ସହରରେ ଲକଡ଼ାଉନ କଟକଣା ରହିଛି। ଏହି ସମୟରେ ସାଧାରଣ ଲୋକେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କୀତ ଅଭିଯୋଗ ହ୍ୱାଟ୍ସ‌ଆପରେ ଦେଇପାରିବେ। ସେଥିପାଇଁ କଟକ ଡିସିପି ପ୍ରତୀକ ସିଂହ ଏହି ୮୭୬୩୦୬୮୧୬୭ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି। ସେ କହିଛନ୍ତି ଅଭିଯୋଗ ପାଇବା ପରେ ତାହାର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ। ଅଭିଯୋଗ ଗୁଡ଼ିକର ନିରୀକ୍ଷଣ ଡିସିପି ନିଜେ କରିବା ସହିତ ଅଭିଯୋଗକାରୀକୁ ଫୋନ୍ କରିବେ। ତେବେ ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଲୋକେ ସେମାନଙ୍କ ସମସ୍ୟାକୁ ଲେଖି ଦେଇପାରବେ। ନଚେତ ଫଟୋ କିମ୍ବା ଭିଡିଓ ମଧ୍ୟ ପଠାଇପାରିବେ। କିନ୍ତୁ ଏହି ନମ୍ବରରେ କଲ୍ ନ କରିବା ପାଇଁ ଡିସିପି କହିଛନ୍ତି।

ମତାମତ ଦିଅନ୍ତୁ ।