କଟକ ମହାନଗର ନିଗମର କରୋନା ଗାଇଡ୍ଲାଇନ୍

କଟକ : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ଆଜି ନୂଆ ମାର୍ଗଦର୍ଶିତା ଜାରି କରିଛି।
ଶନିବାର ଜାରି ମାର୍ଗଦର୍ଶିତା ଅନୁଯାୟୀ ବିବାହ ଉତ୍ସବରେ ୧୦୦ ଜଣ ଓ ଶୁଦ୍ଧି କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ମିଳିବ। ଏଥିରେ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ ହେବ। ସମ୍ମିଳନୀ ଓ ସମାବେଶ ଉପରେ ମଧ୍ୟ ରୋକ୍ ଲାଗିଛି। କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନକୁ ହୋଇପାରିବ ନାହିଁ। କରିଛି ସିଏମ୍ସି। ସେହିପରି କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ବନ୍ଦ। ଆସନ୍ତା ୬ ତାରିଖରୁ ଏସବୁ ନିୟମ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି।