କଟକ ନାବାଳିକା ଗଣଦୁଷ୍କର୍ମ, ଦୁଇ ଗିରଫ

କଟକ : ନାବାଳିକା ଗଣଦୁଷ୍କର୍ମ ଘଟଣାରେ କମିଶନରେଟ୍ ପୋଲିସ ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରିଛି। ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଦ୍ଵୟ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ। ଏହି ମାମଲାରେ ତଦନ୍ତ ଶେଷ କରି ଅଭିଯୋଗପତ୍ର ଦାଖଲ ହେବ ଓ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଘଟଣାର ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ କଟକ ଡିସିପି ପ୍ରତୀକ ସିଂହ ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ଶ୍ରୀ ଷଡ଼ଙ୍ଗୀ ସାଧୁବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଜଗତସିଂହପୁର ତିର୍ତ୍ତୋଲ ଅଂଚଳର ନାବାଳିକାଙ୍କୁ ୨୨ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।

ମତାମତ ଦିଅନ୍ତୁ ।