Breaking Newsରାଜ୍ୟ

କଟକର ୨୭ ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଜୋନ୍

କଟକ : କଟକ ମହାନଗର ନିଗମର ୨୭ ନମ୍ବର ଓ୍ୱାର୍ଡ ପୁରୁଣା ରାଉସାପାଟଣାର କିଛି ଅଞ୍ଚଳକୁ ଆଜି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏମ୍‌ସିର ସୂଚନା ଅନୁଯାୟୀ ରାଉସାପାଟଣା ଅଞ୍ଚଳଟି ଜନବହୁଳ ହୋଇଥିବାରୁ କଣ୍ଟାକ୍ଟ ଟ୍ରେସିଂ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ସାନିଟାଇଜ ଆରମ୍ଭ ହୋଇଛି। କଣ୍ଟେନମେଣ୍ଟ ଜୋନରେ ଦକ୍ଷିଣ ପଟ ବିଦେଶୀ ମଦ ଦୋକାନ ସାମନାରେ ଥିବା ଘନଶ୍ୟାମ ଦାସଙ୍କ ଘରଠାରୁ ଉତ୍ତରରେ ସାଇ କେୟାର ମେଡିକାଲର ପଛପଟେ ଥିବା ଅଞ୍ଚଳ ଓ ପୂର୍ବରେ ରସିକ ସେନଙ୍କ ଘରଠାରୁ ପଶ୍ଚିମରେ ସୋମନାଥ ମହାରଣାଙ୍କ ଘର ପର୍ଯ୍ୟନ୍ତ ରହିଛି। ଏହି ଅଞ୍ଚଳକୁ ଯାତାୟାତ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯାଳୟ ବନ୍ଦ ରହିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button