କଟକର ୩ ହସ୍ପିଟାଲ ପାଇଁ ଏସଓପି

କଟକ : କରୋନାରୁ ବର୍ତ୍ତିବା ପାଇଁ କଟକ ବଡ ମେଡିକାଲ ସମେତ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ମଧ୍ୟ ଏସଓପି ଜାରି ହୋଇଛି। ଏହାଛଡା ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦିଆଯିବା ସହିତ ସ୍ୱତନ୍ତ୍ର ଟିମ୍ ଦ୍ୱାରା କଟକ ସହରରେ ସର୍ଭେଲାନ୍ସ କରାଯିବ। କଟକ ଜିଲ୍ଲାପାଳଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ପାଇଁ ନିୟୋଜିତ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ। ସେ କହିଛନ୍ତି ୩ଟି ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଏସଓପିକୁ କଡ଼ାକଡ଼ି ପାଳନ କରିବେ। ଲକ୍‌ଡାଉନ୍‌ ଚାଲିଥିବାରୁ କଟକ ସହର ଓ ମେଡିକାଲ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରହିବ। ଏହି ବୈଠକରେ ସୁଶାନ୍ତ ମହାପାତ୍ର, ସିଏମସି କମିଶନର ଓ ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।