କଟକର ସବୁ କଲ୍ୟାଣ ମଣ୍ଡପ ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : କଟକ ସହରର ୭୪ଟି ଅନୁମତିପ୍ରାପ୍ତ କଲ୍ୟାଣମଣ୍ଡପ ପରିସର ଯାଞ୍ଚ କରିବାକୁ ସିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଲ୍ୟାଣ ମଣ୍ଡପ ଗୁଡିକ ହାଇକୋର୍ଟଙ୍କ ୨୦୧୯ ଡିସେମ୍ବର ୨୩ର ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ନିୟମାବଳୀ ପାଳନ କରୁଛନ୍ତି କି ନାହିଁ ତାହାର ଯାଞ୍ଚ ହେବ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ ତାରିଖରେ ହେବ। ଏହା ପୂର୍ବରୁ ଯାଞ୍ଚ ରିପୋର୍ଟ ସହିତ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ସିଏମସିକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ.ଭେଙ୍କଟ ରାଓ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଜନସ୍ଵାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button