କଟକ : ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ କଟକ ମହାନଗର ନିଗମ ଅଞ୍ଚଳର ରହିଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ, ୪ଜଣ ଘରୋଇ ସଙ୍ଗରୋଧରୁ ଓ ୩ଟି ସ୍ଥାନୀୟ ମାମଲା ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକ ମହାନଗର ନିଗମ ଅଞ୍ଚଳରୁ ମୋଟ ୨୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨ଜଣ ସୁସ୍ଥ ହୋଇଛନ୍ତି। ୧୭୯ଟି ମାମଲା ସକ୍ରିୟ ରହିଛି। ୨ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଗୁରୁବାର କଟକ ମହାନଗର ନିଗମ ଦେଇଥିବା ସୂଚନା ଅନୁଯାୟୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏସ୍‌ସିବି ଆଇସୋଲେସନ୍‌ ଓ୍ଵାର୍ଡରୁ ଦୁଇଜଣ (୩୫ ଓ ୪୫ବର୍ଷର ପୁରୁଷ), ଘରୋଇ ନର୍ସିଂ ହୋମ୍‌ରୁ ୨୪ବର୍ଷର ଜଣେ ପୁରୁଷ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୬୯ବର୍ଷର ଜଣେ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

  କଂଗ୍ରେସ ନୂଆ ଅଧ୍ୟକ୍ଷ ପାଇଁ ମେ' ୧୫ରୁ ୩୦ ମଧ୍ୟରେ ହେବ ନିର୍ବାଚନ

ସେହିପରି ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କନିକା ରୋଡ ଶାନ୍ତି ବିହାର ଅଞ୍ଚଳର ୩୨ବର୍ଷର ମହିଳା, ୫୭ବର୍ଷର ମହିଳା, ୪ବର୍ଷର ଶିଶୁ ଓ ୩୨ବର୍ଷର ଜଣେ ପୁରୁଷ ରହିଛନ୍ତି। ଏଥିସହିତ ଚିହ୍ନଟ ହୋଇଥିବା ତିନିଟି ସ୍ଥାନୀୟ ମାମଲା ମଧ୍ୟରୁ ସିଡିଏ ସେକ୍ଟର-୭ ଅଞ୍ଚଳରୁ ଜଣେ ୨୬ବର୍ଷର ମହିଳା, ଜଗତପୁର ଅଞ୍ଚଳରୁ ଜଣେ ୩୮ବର୍ଷର ପୁରୁଷ ଓ ସିଡିଏ ସେକ୍ଟର-୯ରୁ ଜଣେ ପୁରୁଷ ରହିଛନ୍ତି।

ମତାମତ ଦିଅନ୍ତୁ ।