କଟକରେ ୬୦ ନୂଆ କରାେନା ପଜିଟିଭ୍

କଟକ : କଟକ ସହରରୁ ଆଜି ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ମଧ୍ୟରେ ରହିଛନ୍ତି ଚୌଦ୍ଵାର ସର୍କଲ ଜେଲର ଜଣେ କର୍ମଚାରୀ, ଷଷ୍ଠ ବାଟାଲିୟନର ଯବାନ, ରେଭେନ୍ସା ଇଷ୍ଟ ହଷ୍ଟେଲର କର୍ମଚାରୀ ଓ ଏକ ପ୍ରତିଷ୍ଠିତ ହୋଟେଲର ୨ଜଣ କର୍ମଚାରୀ।

ସେହିପରି ଖଟବିନ ସହିରୁ ପୁଣି ୧୩ଜଣ ଚିହ୍ନଟ ହୋଇଥିବା ବେଳେ ପୁରୁଣା ରାଉସାପାଟଣାରୁ ୧୧, ବାରି ଲେନରୁ ୨, ଏମ ଦାସ ତଥା ଅର୍ବନ ପିଏଚସି ଅଞ୍ଚଳରୁ ୮ଜଣ, ଦେୱାନ ବଜାରରୁ ୨, ଶଙ୍କରପୁର ପରିଡା ସାହିରୁ ୩, କେଶରପୁରରୁ ୨, ଗୋଠମୂଲିରୁ ୨, ସିଡ଼ିଏ ସେକ୍ଟର ୭ ନମ୍ବରରୁ ୧, ଜଗତପୁର, ମଧୁପଟଣା, ମାଲଗୋଦାମ, ଜୟ ଜୟଦୁର୍ଗା ଲେନ ଓ ସାଇଲୋ ଝରପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୭ ପହଞ୍ଚିଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।