କଟକରୁ ୧୬ କରୋନା ପଜିଟିଭ୍‌ ଚିହ୍ନଟ

କଟକ : କଟକ ସହରରୁ ଆଜି ୧୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ନୂଆ ପଜିଟିଭଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟାଇନ୍‌ ଓ ୮ଜଣ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ। ସରକାରୀ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟଙ୍କ ମଧ୍ୟରୁ ଜଣେ ୨୬ବର୍ଷର, ୫୫ବର୍ଷର, ୩୫ବର୍ଷର ଓ ୨୮ବର୍ଷର ଜଣେ ମହିଳା ରହିଥିବା ବେଳେ ଜଣେ ୪୦ବର୍ଷର ପୁରୁଷ ଓ ଜଣେ ୨୦ବର୍ଷର ପୁରୁଷ ରହିଛନ୍ତି। ସେହିପରି ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟଙ୍କ ମଧ୍ୟରେ ୩୪ବର୍ଷର ଦୁଇଜଣ, ୨୬ବର୍ଷର ଜଣେ, ୨୭ବର୍ଷର ଜଣେ ଓ ୫୦ବର୍ଷର ଜଣେପୁରୁଷ, ୯ବର୍ଷର ଶିଶୁ ଏବଂ ୩୨ବର୍ଷର, ଓ ୧୨ବର୍ଷର ଜଣେ ମହିଳା ରହିଛନ୍ତି।

  ଲାଲୁଙ୍କ ସ୍ଵାସ୍ଥ୍ୟା‌ବସ୍ଥାରେ ଅବନତି

ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ କରୋନା ପଜିଟିଭଙ୍କ ସଂଖ୍ୟା ୩୬୬ରେ ପହଁଚିଥିବା ବେଳେ ୨୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ଜଣ ପ୍ରାଣ ହରାଇଥିବା ବେଳେ ଆହୁରି ମଧ୍ୟ ୧୪୨ଟି କରୋନା ସକ୍ରିୟ ମାମଲା ରହିଛି।

ମତାମତ ଦିଅନ୍ତୁ ।