Uncategorized

କଟକରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ଜିଲ୍ଲାରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ମଧ୍ୟରେ ୧୧ ସରକାରୀ କ୍ୱାରେଣ୍ଟାଇନ୍‌, ୪୧ ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ୨ ଲୋକାଲ୍‌ କେସ୍‌। କଟକ ମହାନଗର ନିଗମ ଏହି ସୂଚନା ଦେଇଛି।

ବୁଧବାର ମିଳିଥିବା ତଥ୍ୟ ଅନୁଯାୟୀ କଟକ ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫୪ ଜଣଙ୍କ ମଧ୍ୟରୁ ଖଟବିନ ସାହିରୁ ୩୨, ଶଙ୍କରପୁର ପରିଡ଼ା ସାହିରୁ ୮, ମଣିସାହୁ ଛକରୁ ୧, ଥୋରିଆସାହିରୁ ୧, ସୁତାହାଟରୁ ଜଣେ ରହିଛନ୍ତି। ଖଟବିନ ସାହିରୁ ଚିହ୍ନଟ ୩୨ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ପିଲା, ୧୪ ପୁରୁଷ ଓ ୮ ଜଣ ମହିଳା ରହିଛନ୍ତି। ଏମାନଙ୍କୁ ଏବେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରେ ଚିହ୍ନଟ ୪୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୧୯ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ମତାମତ ଦିଅନ୍ତୁ ।

Back to top button