କଟକରୁ ଜବତ ହେଲା ନକଲି କରୋନା ମେଡିସିନ୍‌ ‘ଫାଭିପିରାଭିର୍‌’

କଟକ : କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଚଢ଼ଉ କରି ୧୭ ହଜାର ଫାଭିପିରାଭିର୍‌ ଟାବଲେଟ ଜବତ କରିଛି।

ଖବର ଅନୁଯାୟୀ କଟକ ସହରରେ ନକଲି ଫାଭିପିରାଭିର୍‌ ମେଡିସିନ୍‌ ବିକ୍ରି ହେଉଥିବା ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ଗୁରୁବାର ଦିନ ଚଢ଼ଉ କରିଥିଲା। ଆଜି ଚଢ଼ଉ ବେଳେ କନିକା ଛକର ଏକ ମେଡିସିନ ଷ୍ଟୋରରେଉକ୍ତ ମେଡିସିନ୍‌ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍‌ ମେଡିସିନ୍‌ ଜବତ ହୋଇଛି। ସେଥିରେ ୧୭ ହଜାର ଫାଭିପିରାଭିର୍ ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି।

ଅଭିଯୋଗ ହେଉଛି କଟକରୁ ଜବତ ହୋଇଥିବା ଫାଭିପିରାଭିର୍‌ ମେଡିସିନ୍‌ ଉତ୍ତରପ୍ରଦେଶରୁ ଆସିଛି। କେବେଳ ଓଡ଼ିଶା ନୁହେଁ ଏହି ମେଡିସିନ୍‌ ମଧ୍ୟପ୍ରଦେଶକୁ ଯାଇଥିବା ଜଣାପଡ଼ିବା ପରେ ସେଠା ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କ ଦାସ କହିଛନ୍ତି। ତେବେ କଟକରୁ ଜବତ ହୋଇଥିବା ଫାଭିପିରାଭିର୍‌ ମେଡିସିନ୍‌ ଆଉ କେଉଁ ସହରକୁ ଯାଇଛି ତାହା ଜଣାପଡ଼ିନଥିଲେ ହେଁ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର୍‌ ମେଡିସିନ୍‌ ବ୍ୟବହାର ପାଇଁ ଡାକ୍ତରଙ୍କ ପରାମର୍ଶରେ ଦିଆଯାଉଛି। ସେଥିପାଇଁ ଲୋକମାନେ ମନଇଚ୍ଛା ଫାଭିପିରାଭିର୍‌ ମେଡିସିନ୍‌କୁ କିଣିନେଇ ଘରେ ଗଚ୍ଛିତ ରଖୁଥିବାରୁ ବଜାରରେ ଏହି ମେଡିସିନ୍‌ର ଅଭାବ ଦେଖାଦେଉଛି। ଏହାର ସୁଯୋଗ ନେଇ କିଛି ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର୍‌ ମେଡିସିନ୍‌ ତିଆରି କରି ବଜାରକୁ ଛାଡୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button