କଟକରୁ ଠାବହେଲା ନକଲି ମହୁ ତିଆରି କାରଖାନା

କଟକ : କଟକର ରାଣୀହଟ କେନାଲ ରୋଡ୍‌ ଅଞ୍ଚଳରେ ଆଜି ଏକ ନକଲି ମହୁ ତିଆରି କାରଖାନା ଠାବ କରାଯାଇଛି। ମାଲଗୋଦାମ ପୋଲିସ ଏଠାରୁ ନକଲି ପୂଜା ସାମଗ୍ରୀକୁ ଜବତ କରିଥିବା ବେଳେ ଚଣ୍ଡୀ ରାଓଙ୍କୁ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ ରାଜ୍ୟ ବାହାରର ବିଭିନ୍ନ କମ୍ପାନୀର ଷ୍ଟିକରକୁ ବ୍ୟବହାର କରି ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଉଥିଲା। ଏ ମଧ୍ୟରେ ଗଙ୍ଗା ଜଳ ଠାରୁ ଆରମ୍ଭ କରି ଘିଅ, ମହୁ ଓ ଗୁଡ ଆଦି ରହିଛି। ଏହାଛଡା ୧୮୦ ବୋତଲ ପବିତ୍ର ଗଂଗା ଜଳ, ୩୪୫୬ ବୋତଲ ଗୁଲାବ ଜଳ, ୧୧୯୬ ବୋତଲ ମହୁ, ୧୫୦୩ ବୋତଲ ଅଗୁରୁ ଜଳ, ୨୦୧୯ ଖାଲି ବୋତଲ, ୫୦ ଲିଟର ବିଶିଷ୍ଟ ୨ଟି ଖାଲି ଜାର, ୧୦୦ ଲିଟର ବିଶିଷ୍ଟ ଗୋଟିଏ ରୋଷେଇ ହଣ୍ଡା ଓ ଗୋଟିଏ ଗ୍ୟାସ ଚୁଲି ଜବତ କରାଯାଉଛି। ଆହୁରି ଜଣାପଡିଛି ଚିନି ଓ ଅନ୍ୟାନ୍ୟ କେମିକାଲ ମିଶାଇ ମହୁ ତିଆରି କାଯାଉଥିଲା।

ମତାମତ ଦିଅନ୍ତୁ ।