କେ ପାଲାନିସ୍ୱାମୀ ତାମିଲନାଡୁର ଏଆଇଏଡିଏମକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଶାସକ ଦଳ ଏଆଇଏଡିଏମକେ ବିବାଦ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭମଙ୍କ କ୍ୟାମ୍ପ ମଧ୍ୟରେ ଦେଖାଦେଇଥିଲା ମତଭେଦ। ଏହାର ତାହାର ଅନ୍ତ ଘଟିଥିବା ବେଳେ ଦଳୀୟ ବୈଠକରେ ଏଡାପାଡି କେ ପାଲାନିସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଉଭୟ ପଲାନିସ୍ୱାମୀ ଓ ପନିରସେଲଭମଙ୍କ ଉପସ୍ଥିତିରେ ହୋଇଛି ଏହି ଘୋଷଣା।

ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପଲାନିସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭମଙ୍କ ସମେତ ଏଆଇଏଡିଏମକେର ଅନ୍ୟ ନେତାମାନେ ଚେନ୍ନାଇର ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ସହିତ ଏଡାପାଡି କେ ପାଲାନିସ୍ୱାମୀ ୧୧ ଜଣିଆ ପରିଚାଳନା କମିଟି ଗଠନ କରିଥିଲେ। ଏଥିରେ ଓ.ପନିରସେଲଭମ କ୍ୟାମ୍ପର ୬ଜଣ ସଦସ୍ୟ ରହିଥିବା ଜଣାପଡ଼ିଛି। ସେମାନେ ହେଲେ ଦିଣ୍ଡିଗୁଲ ଶ୍ରୀନିବାସନ୍, ଥଙ୍ଗମଣି, ଏସପି ଭେଲୁମାନି, ଡି ଜୟକୁମାର, ସିଭି ଶାନମୁଗମ୍, କାମରାଜ, ଜେସିଡି ପ୍ରଭାକରନ୍, ମନୋଜ ପାଣ୍ଡିଆନ୍, ପା ମୋହନ, ଗୋପାଳକୃଷ୍ଣନ୍ ଓ ଟି ମାଣିକମ୍।

ମତାମତ ଦିଅନ୍ତୁ ।