କେବେ ଯୁକ୍ତ-୨ ପରୀକ୍ଷା ଫଳ ବାହାରିବ କହି ହେବନି

ଭୁବନେଶ୍ୱର : ଯୁକ୍ତ ୨ ପରୀକ୍ଷା ଫଳ ଜୁଲାଇ ମାସରେ ପ୍ରକାଶ ପାଇବାର ପ୍ରାୟତଃ ସମ୍ଭାବନା ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଥିବା ସୂଚନାରୁ ଏହା ଜଣାପଡୁଛି। ମନ୍ତ୍ରୀ କହିଛନ୍ତି ଖାତା ଦେଖା ପ୍ରକ୍ରିୟା ସରିନାହିଁ। ପରୀକ୍ଷା ଫଳ କେବେ ବାହାରିବ କହିବା ସମ୍ଭବ ନୁହେଁ।

ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସାପ୍ତାହିକ ଶଟଡାଉନ ବେଳେ ପରୀକ୍ଷା ଖାତା ଦେଖା ବ୍ୟବସ୍ଥା କରିବାକୁ ଗତକାଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳ, ଏସ୍‌ପି ଓ ଡିଏସ୍‌ପି ମାନଙ୍କୁ ଚିଠି ଲେଖିଛନ୍ତି। ଆଜିଠାରୁ ଲକ୍‌ଡାଉନ୍ କଟକଣା ୪ ଜିଲ୍ଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ଲାଗୁହେବ। ଏହି ଜିଲ୍ଲାରେ ୩୫ଟି ମୂଲ୍ୟାୟନ କେନ୍ଦ୍ର ରହିଛି। ତେଣୁ ଏସବୁ ଜିଲ୍ଲାରେ ପରୀକ୍ଷା ଖାତା କିପରି ଦେଖାଯିବ ତାହା ଜିଲ୍ଲାପାଳମାନେ ଜିଲ୍ଲାର ଅବସ୍ଥା ଦେଖି ବିଚାର କରିବେ। ଖାତା ଦେଖା ସରିବା ପରେ ପରୀକ୍ଷା ଫଳ ପ୍ରକାଶ ନେଇ ପ୍ରକ୍ରିୟା ଆରମ୍ଭ ହେବ। ଖାତା ଦେଖା ଶୀଘ୍ର ଶେଷ କରିବାକୁ ବିଭାଗ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରଖିଛି। କୋଭିଡ୍‌ ଭୟାଭୟତା ପାଇଁ ଖାତା ଦେଖାରେ ବିଳମ୍ୱ ହେଉଛି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।