କେନାଲକୁ କାର୍‌ ଖସିଯିବାରୁ ୩ ମୃତ

କଟକ : ତେଲେଙ୍ଗାପେଣ୍ଠ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ କାରଟି କେନାଲକୁ ପଶିଯିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କଟକ ପଟୁ ଭୁବନେଶ୍ୱରକୁ ଦ୍ରୃତ ଗତିରେ ଯାଉଥିଲା ଏକ କାର ତେଲେଙ୍ଗା ପେଣ୍ଠଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କେନାଲ ଭିତରକୁ ଖସିପଡିଥିଲା । ଗାଡିଟି ପାଣିରେ ବୁଡି ରହିଥିବା ବେଳେ ପୋଲିସ ପହଞ୍ଚି ୩ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ମତାମତ ଦିଅନ୍ତୁ ।