କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ହରସିମରନଙ୍କ ଇସ୍ତଫା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ଅକାଳୀ ଦଳର ହରସିମରନ କାଉର ବାଦଲ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ୱାମୀ ତଥା ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂହ ବାଦଲ ଏହି ଘୋଷଣା କରିଛନ୍ତି। ସେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ।

ମୋଦୀ ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ତିନିଟି ଅଧ୍ୟାଦେଶ ଜାରି କରିଥିଲେ। ସଂସଦ ଅଧିବେଶରେ ଏ ସଂପର୍କୀତ ବିଲ୍‌କୁ ଆଇନରେ ପରିଣତ କରିବାକୁ ଆଗତ କରାଯାଇଛି। ଶିରୋମଣି ଅକାଳୀ ଦଳ ପ୍ରଥମେ ଏହି ବିଲ୍‌କୁ ସମର୍ଥନ କରୁଥିଲା। କିନ୍ତୁ ପଞ୍ଜାବ ଓ ହରିଆନାରେ ପ୍ରସ୍ତାବିତ ବିଲ୍‌ ବିରୋଧରେ ସପ୍ତାହେ ହେଲାଣି ଜୋରଦାର ଆନ୍ଦୋଳନ ଚଳାଇଥିବାରୁ ଦଳ ରାଜନୀତିକ ଉଦ୍ଦେଶ୍ୟରେ ମତ ପରିବର୍ତ୍ତନ କରିଛି। ପଞ୍ଜାବ ଓ ହରିଆଣାର ଚାଷୀମାନଙ୍କର ମତ ହେଉଛି ଏହି ବିଲ୍‌ ଆଇନରେ ପରିଣତ ହେଲେ ଚାଷୀମାନେ ଅଧିକ କ୍ଷତିର ସମ୍ମୁଖୀନ ହେବେ।

ମତାମତ ଦିଅନ୍ତୁ ।