କେନ୍ଦ୍ରକୁ ଯିବେ ରଞ୍ଜନା ଚୋପ୍ରା

ନୂଆଦିଲ୍ଲୀ : ୧୯୯୪ ମସିହା ଓଡ଼ିଶା କ୍ୟାଡରର ଆଇଏଏସ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ରରେ ଅତିରିକ୍ତ ସଚିବ ଭାବେ ନୁଯୁକ୍ତି ମିଳିଛି। ତେଣୁ ସେ ଡେପୁଟେସନରେ ଭାରତ ସରକାରଙ୍କ ଅଧୀନକୁ ଯାଇ କାର୍ଯ୍ୟ କରିବେ। ଏବେ ଶ୍ରୀମତୀ ଚୋପ୍ରା ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ଦାୟିତ୍ଵରେ ରହିଛନ୍ତି।

ମତାମତ ଦିଅନ୍ତୁ ।