କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ବାଡ଼ିରେ ଭାଲୁ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଗୋପୀନାଥପୁର ଶାସନରେ ଭାଲୁ। ଏହି ଭାଲୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ବାଡିରେ ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ଵେଷଣରେ ଜଙ୍ଗଲ ଭିତରୁ ପଳାଇ ଆସିଥିବା ଭାଲୁଟି ଫେରିନପାରି ରହିଯାଇଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି।

ବୁଧବାର ଭୋର ସମୟରେ ଏକ ଭାଲୁ ପଲ ଖାଦ୍ୟ ପାଇଁ ସହର ମୁହାଁ ହୋଇଥିଲେ। ଅନ୍ୟ ଭାଲୁମାନେ ଜଙ୍ଗଲକୁ ପଳାଇଥିବା ବେଳେ ଏହି ଭାଲୁଟି ରହିଯାଇଥିଲା। ଭାଲୁଟିକୁ ପ୍ରଥମେ ଗୋପୀନାଥପୁର ଶାସନର ପରମାନନ୍ଦ ପତିଙ୍କ ବାଡ଼ିରେ ଦେଖିବାକୁ ମିଳିଥିଲା। ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ବାଡ଼ିର ବୁଦା ମୂଳରେ ଲୁଚିରହିଥିଲା। ହେଲେ ଆଉ ଦେଖିବାକୁ ମିଳୁନି। ଭାଲୁଟି କାଳେ ଗାଁ’ର କାହା ଘରେ ପଶି କ୍ଷତି କରିବ ସେଥିପାଇଁ ବନବିଭାଗ ଜଗି ରହିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।