କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏ ସଂପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଛାତି ଯନ୍ତ୍ରଣା ଜନିତ ସମସ୍ୟା ପାଇଁ କିଛି ସପ୍ତାହ ହେବ ସେ ଦିଲ୍ଳୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଶନିବାର ତାଙ୍କ ହାର୍ଟ ସର୍ଜରୀ ହୋଇଥିଲା। ରାମ ବିଳାସ ଉଭୟ ଏନଡିଏ ଓ ୟୁପିଏ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଚଛନ୍ତି। ସେ ଥିଲେ ଏଲଜେପିର ପ୍ରତିଷ୍ଠାତା। ୧୯୯୬ରୁ ୧୯୯୮ ମଧ୍ୟରେ ସେ ରେଳ ମନ୍ତ୍ରୀ ମଧ୍ୟ ଥିଲେ। ଏବେ ଥିଲେ କେନ୍ଦ୍ର ଖାଉଟି ଓ କଲ୍ୟାଣ ମନ୍ତ୍ରୀ। ସେ ବିହାରର ହାଜିପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। ୧୯୪୬ ମସିହାରେ ବିହାରର ଖଗାରିଆ ଜିଲ୍ଲାର ଏକ ଦଳିତ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ।

ମତାମତ ଦିଅନ୍ତୁ ।