କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଅଶ୍ଳୀଳ ପୋଷ୍ଟ କରିଥିବା ପ୍ରଫେସର ଗିରଫ

ଫିରୋଜାବାଦ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଲେଖି ଫେସବୁକରେ ପୋଷ୍ଟ କରିଥିବା ଉତ୍ତରପ୍ରଦେଶର ଜଣେ ପ୍ରଫେସର ଗିରଫ। ପ୍ରଫେସର ଶହରୟାର ଅଲି ଫିରୋଜାବାଦର ଅତିରିକ୍ତ ସେସନ ଜଜ୍ ଅନୁରାଗ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଅଶ୍ଳୀଳ ଫେସବୁକ ପୋଷ୍ଟ ଅଭିଯୋଗରେ ଫିରୋଜାବାଦ ପୋଲିସ ମାର୍ଚ୍ଚରେ ଇତିହାସ ବିଭାଗର ମୁଖ୍ୟ ଶହରୟାର ଅଲିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହା ପରେ କଲେଜ ପକ୍ଷରୁ ତାଙ୍କୁ ନିଲମ୍ବନ ନୋଟିସ ଦିଆଯାଇଥିଲା। ଏହି ମାସ ଆରମ୍ଭରେ ସୁପ୍ରିମକୋର୍ଟ ଶହରୟାର ଅଲିଙ୍କୁ ଗିରଫରୁ ସୁରକ୍ଷା ଦେବାକୁ ମନା କରିଦେଇଥିଲେ। ପ୍ରଫେସରଙ୍କ ଦ୍ୱାରା ଦାଖଲ ଆଗୁଆ ଜାମିନ ଆବେଦନ ମେ’ ମାସରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରା ଖାରଜ କରାଯାଇଥିଲା। ସବୁଆଡୁ ନିରାଶ ହେବା ପରେ ଶହରୟାର ଆତ୍ମସମର୍ପଣ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର
between image and heading
ମତାମତ ଦିଅନ୍ତୁ

Your email address will not be published.