କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ସେ ପ୍ରାୟ ଏକମାସ ହେବ ଅସୁସ୍ଥ ଥିବାରୁ କେନ୍ଦ୍ରାପଡ଼ା ଶାନ୍ତ ସାହି ସରକାରୀ ବାସ ଭବନରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲ ନେବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ସେ ଜଣେ ଯୁବନେତା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ଅନାମ ବନ୍ଧୁଙ୍କ ବିୟୋଗରେ ସମଗ୍ର ଜିଲ୍ଳାରେ ଶୋକର ଛାୟା ଖେଳିଯାଇଛି।

ମତାମତ ଦିଅନ୍ତୁ ।