କେନ୍ଦ୍ରାପଡ଼ା : ଶିଶୁ ବଳି ପାଇଁ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

କେନ୍ଦ୍ରାପଡ଼ା : ଶିଶୁ ବଳି ମାମଲାରେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିବା ସହିତ ୫୦,୦୦୦ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟ ଦେଇଛନ୍ତି।

ଖବର ଅନୁଯାୟୀ ଗୋଖାପଡା ଗାଁରେ ତୃତୀୟ ଶ୍ରେଣୀର ଛାତ୍ର ରାଜ କିଶୋର ନାୟକଙ୍କୁ ୨୦୧୫ ଏପ୍ରିଲ ୧୩ ତାରିଖରେ ବଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଚୌଧୁରୀ ଅବିନାଶ ଦାସ ଓ ତାଙ୍କ ସହଯୋଗୀ ବୈକୁଣ୍ଠ ଦାସ ତନ୍ତ୍ରରେ ସିଦ୍ଧି ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇ ମୃତଦେହକୁ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଅଭିଯୋଗ କରିବା ପରେ ମାର୍ଶାଘାଇ ଥାନା ପୋଲିସ ଚୌଧୁରୀ ଅବିନାଶ ଦାସ ଓ ବୈକୁଣ୍ଠ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୁରୁବାର ଏହି ମାମଲାର ରାୟ ପ୍ରକାଶ ପାଇଛି।

ମତାମତ ଦିଅନ୍ତୁ ।