କେନ୍ଦ୍ରାପଡ଼ାରେ ଅନୁଭବଙ୍କ କୁଶପୁତ୍ତଳିକା ଦାହ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତିନିମୁହାଁଣିରେ ଆଜି ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରିଛି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା। ଏଥିରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ବିଧାୟକ ପ୍ରାର୍ଥୀ ସୁନାକର ବେହେରାଙ୍କ ସହ ଜିଲ୍ଲାର ବିଜେପି ନେତୃବୃନ୍ଦ ଓ ଦଳୀୟ କର୍ମୀ ସାମିଲ ହୋଇଥିଲେ। ପତ୍ନୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପାଇଁ ଅନୁଭବଙ୍କୁ ସାଂସଦ ପଦରୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ଦାବି କରିଛି। ବିଜେପି ନେତ୍ରୀ କଳ୍ପନା ମଲ୍ଲିକ କହିଛନ୍ତି କେନ୍ଦ୍ରାପଡ଼ା ମାଟିରୁ ତାଙ୍କୁ ବିଦା କରିବା ପାଇଁ ଆଜି କୁଶପୁତ୍ତଳିକା ଦାହ କରିଛୁ। କାରଣ ସେ ଜଣେ ନାରୀ ନିର୍ଯାତକ। ଯିଏ ତାଙ୍କ ଘରେ ପତ୍ନୀକୁ ସୁରକ୍ଷା ଦେଇପାରୁ ନାହାନ୍ତି ସିଏ କେନ୍ଦ୍ରାପଡ଼ାର ଭାଇ ଓ ଭଉଣୀଙ୍କୁ କେମିତି ସୁରକ୍ଷା ଦେବେ ?

ମତାମତ ଦିଅନ୍ତୁ ।