କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ନୂଆ କଟକଣା

କେନ୍ଦ୍ରାପଡା: ଶୁକ୍ରବାର ରାତି ୯ ଟାଠାରୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାରେ ନୂଆ କୋଭିଡ କଟକଣା ଜାରି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା । ରାଜ୍ୟର ୪ଟି ପ୍ରମୁଖ ହଟ୍ ସ୍ପଟ୍ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମୁନିସିପାଲିଟିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏସବୁ ଜିଲ୍ଲାରୁ ଯଦି କେହି କେନ୍ଦ୍ରାପଡା ଜିଲ୍ଲାକୁ ଆସନ୍ତି ତେବେ ତାଙ୍କୁ ୧୪ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡିବ । ଏସବୁ ଅଞ୍ଚଳରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସୁଥିବା ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ।

ଏଥି ସହିତ ଜିଲ୍ଲାପାଳ କେତେକ କ୍ଷେତ୍ରରେ ନିୟମ କୋହଳ କରିଥିବା କହିଛନ୍ତି । କରୋନା ପରିଚାଳନା, ଆପତକାଳୀନ ପରିଚାଳନା, ଜରୁରୀକାଳିନ ଅବସ୍ଥା ଏଥିରୁ ବାଦ୍ ଦିଆଯାଇଛି । ଏହାଛଡା ଜିଲ୍ଲା କିମ୍ବା ମୁନିସିପାଲିଟିର ପ୍ରଶାସକ ଏଥିରୁ ବାଦ ଦିଆଯାଇଛି । ସ୍ବାସ୍ଥ୍ୟ କିମ୍ବା ଜରୁରୀ ସେବା ଏହି ଆଦେଶରୁ ମୁକ୍ତ ରହିଛି ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ମତାମତ ଦିଅନ୍ତୁ ।