କେନ୍ଦୁଝର : ୧୨ ନକଲି ଶିକ୍ଷକ ଧରାପଡିଲେ

କେନ୍ଦୁଝର : କେନ୍ଦୁଝରରେ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବା ୧୨ ଜଣ ବିଇଡି ଡିଗ୍ରୀଧାରୀ ଚୁକ୍ତିଭିତ୍ତିକ ଶିକ୍ଷକ ଧରାପଡିଛନ୍ତି। ଏହି ଚୁକ୍ତି ଭିତ୍ତିକ ଶିକ୍ଷକମାନେ ୩ ବର୍ଷ ଚାକିରୀ କରିବା ପରେ କନିଷ୍ଠ ଶିକ୍ଷକଙ୍କ ମାନ୍ୟତା ପାଇଥାନ୍ତି। ପ୍ରମାଣ ପତ୍ର ଯାଞ୍ଚ ହେଉଥିବା ସମୟରେ ୧୨ ଜଣଙ୍କର ଶିକ୍ଷକଙ୍କର ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଛି। ସମସ୍ତଙ୍କର ପ୍ରମାଣ ପତ୍ର କୁରୁକ୍ଷେତ୍ର, ଗୌହାଟୀ ଓ ବୁନ୍ଦେଲଖଣ୍ଡ ୟୁନିଭରସିଟିର ବୋଲି ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ୪ ଜଣ ଶିକ୍ଷୟିତ୍ରୀ ଓ ୮ ଜଣ ଶିକ୍ଷକ ଅଛନ୍ତି। ଜିଲ୍ଲାର ଯୋଡା, ବାଂଶପାଳ, ଘଷିପୁରା ଓ ହରିଚନ୍ଦନପୁର ଆଦି ବ୍ଲକର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ଥିଲେ। ଜାଲ ପ୍ରମାଣ ପତ୍ର ଦେଇଥିବା ଜଣା ପଡିବା ପରେ ଶିକ୍ଷକମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ସଂପୃକ୍ତ ଅଞ୍ଚଳର ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।