କେନ୍ଦୁଝର : ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ସାହାରପଡ଼ା ସେକ୍ସନରେ ବନବିଭାଗ ଚଢଉ କରି ଶାଳ ଚୌକାଠ ବୋଝେଇ ପିକ୍‌ ଅପ୍‌ ଭ୍ୟାନ୍‌କୁ ଜବତ କରିଛି।

ଖବର ଅନୁଯାୟୀ କାଠ ଚୋରା ଚାଲାଣ ସମ୍ପର୍କରେ କେନ୍ଦୁଝର ଡିଏଫଓଙ୍କୁ କୌଣସି ସୁତ୍ରରୁ ସୂଚନା ମିଳିଥିଲା। ତାଙ୍କ ନିର୍ଦ୍ଦେଶରେ ବନ ବିଭାଗର ଏକ ଟିମ୍‌ ରବିବାର ବିଳମ୍ବିତ ରାତିରେ ଚଢାଉ କରିଥିଲେ। ଚୋରା ଶାଳ ଚୌକାଠ ବୋଝେଇ ପିକ ଅପ ଭ୍ୟାନକୁ ଜବତ କରାଯାଇଥିଲା। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।