କେନ୍ଦୁଝରରେ ଜରିହେଲା କଟକଣା

0

କେନ୍ଦୁଝର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ଜିଲ୍ଲାରେ କଟକଣା ଜାରି କରିଛି।

ବୁଧବାର ଏକ ଭିଡିଓ ବାର୍ତ୍ତାରେ ଜିଲ୍ଲାପାଳ କହିଛନ୍ତି ଏଣିକି ବାହାଘରରେ ୧୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଶୁଦ୍ଧିକ୍ରିୟାରେ ୫୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଏକାଠି ହେବା ମନା। ସେହିପରି ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ। ଏଥିସହ ହାତ ଧୋଇବା ନିୟମକୁ ପାଳନ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି। ଜରୁରୀ ନଥିଲେ ଘରୁ ବାହାର ନାହିଁ ଓ ଜନଗହଳି ସ୍ଥାନକୁ ନଯିବାକୁ ଦିଆଯାଇଛି ପରାମର୍ଶ। ଜିଲ୍ଲାରେ ଏବେ ୩୨୦ଟି ବେଡ୍ ପ୍ରସ୍ତୁତ ହୋଇଛି। ଏଥିରେ ୨୮ଟି ଆଇସିୟୁ, ୧୪ଟି ଭେଣ୍ଟିଲେଟର, ୬୦ଟି ଆକ୍ସିଜେନ ବେଡ୍ ରହିଥିବା ସୂଚନା ଦିଆଯାଇଛି।

Leave A Reply

Your email address will not be published.