କେରଳ : ୨୦ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପିନାରାୟୀ ବିଜୟନ

ନୂଆଦିଲ୍ଲୀ : ସିପିଆଇଏମ୍ ନେତା ପିନାରାୟୀ ବିଜୟନ ଆଜି ଦ୍ୱିତୀୟଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଥିରୁଅନନ୍ତପୁରମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆରିଫ୍ ମହମ୍ମଦ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପିନାରାୟୀ ବିଜୟନଙ୍କ ମନ୍ତ୍ରୀ ମଣ୍ଡଳରେ ସିପିଆଇ ଓ ସିପିଏମ ବ୍ୟତୀତ ଏନସିପିରୁ ଏ.କେ ଶଶିନ୍ଦ୍ରନ, ଇଣ୍ଡିଆନ ନ୍ୟାସନାଲ ଲିଗ୍ ରୁ ଅହମ୍ମଦ ଦେବରକୋଭିଲ, ଆର ବିନ୍ଦୁ ଓ ପିଏ ମହମ୍ମଦ ରିୟାଜ ସାମିଲ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ କେରଳ ବିଧାନସଭା ପାଇଁ ଏପ୍ରିଲ ୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ମେ’ ୨ ତାରିଖରେ ଭୋଟ ଗଣତି ହୋଇଥିଲା। ବହୁମତ ହାସଲ କରିଥିଲା ବାମ ଗଣତାନ୍ତ୍ରିକ ମେଣ୍ଟ (ଏଲଡିଏଫ୍)। ନିକଟତମ ପ୍ରତିଦ୍ୱନ୍ଦ୍ଵୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଓ ବିଜେପି ନେତୃତ୍ୱାଧୀନ ଏନଡିଏକୁ ହରାଇ ୯୯ଟି ଆସନରେ ବିଜୟୀ ହୋଇଥିଲେ। ନିର୍ବାଚନ ଫଳାଫଳ ମୁତାବକ ୟୁଡିଏଫ୍ ୪୧ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଖାତା ଖୋଲି ପାରିନଥିଲା।

Leave a Reply

Your email address will not be published. Required fields are marked *

Back to top button