କେରଳ : ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଥିରୁଅନନ୍ତପୁରମ୍ : କେରଳରେ ଗତକାଲି ପ୍ରବଳ ବର୍ଷା ଯୋଗୁ ଇଡୁକି ଜିଲ୍ଲାରେ ହୋଇଥିଲା ବଡ଼ ଧରଣର ଭୂସ୍ଖଳନ। ଆଜି ୬ଜଣଙ୍କ ମୃତ ଦେହ ଉଦ୍ଧାର ହେବା ପରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ସେମାନେ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ ଶୁକ୍ରବାର ଭୋର୍‌ ସମୟରେ ଇଡୁକିର ରାଜମଲାଇ ଅଞ୍ଚଳରେ ଟି ଇଷ୍ଟେଟ୍‌ କର୍ମଚାରୀଙ୍କର ଏକ ବସତି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏଠାରେ ପ୍ରାୟ ୮୪ ଜଣ ରହୁଥିଲେ। ଭୂ୍ସ୍ଖଳନ ସମୟରେ ଅଧିକାଂଶ ଲୋକ ଶୋଇଥିବାରୁ ସେମାନେ ନିଜ ଜୀବନ ବଞ୍ଚାଇ ପାରିନଥିଲେ। ଜିଲ୍ଲାପାଳ ଏଚ୍‌ ଦିନେଶାନ୍‌ଙ୍କ କହିଛନ୍ତି ଜଣେ କର୍ମଚାରୀ ନିଜ ଜୀବନ ବଞ୍ଚାଇ ଏରାଭିକୁଲମ୍‌ ବନ ଅଧିକାରୀଙ୍କୁ ସୂଚନା ଦେବାରୁ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକ‌ାର୍ଯ୍ୟରେ ବାଧା ଉପୁଜିଛି। ଦିନେଶାନ୍‌ଙ୍କ ଅନୁଯାୟୀ ୧୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନିଆଯାଇଛି।

ମତାମତ ଦିଅନ୍ତୁ ।