କେରଳ : ଦଳ ଛାଡ଼ିଲେ କଂଗ୍ରେସ ନେତା ପିସି ଚାକୋ

0

ନୂଆଦିଲ୍ଲୀ : କେରଳ କଂଗ୍ରେସର ବରିଷ୍ଠ ନେତା ପିସି ଚାକୋ ଆଜି ଦଳ ଛାଡିଥିବା ଘୋଷଣା କରିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ମୁଖିଆ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା କହିଛନ୍ତି। ରାଜ୍ୟ ନେତୃତ୍ୱକୁ ଦାୟୀକରି ସେ କହିଛନ୍ତି କେରଳରେ କଂଗ୍ରେସ ଦଳ ଭାବରେ ନୁହେଁ, ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସମନ୍ଵୟ କମିଟି ଭାବେ କାର୍ଯ୍ୟ କରୁଛି। ଦଳର ହାଇକମାଣ୍ଡ ଜଣେ ମୂକ ଦର୍ଶକ ସାଜିଛନ୍ତି।

ବୁଧବାର ଶ୍ରୀ ଚାକୋ ଇସ୍ତଫାପତ୍ରରେ ଲେଖିିଛନ୍ତି ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି। କିନ୍ତୁ ଏବେ କେରଳରେ କଂଗ୍ରେସ ସହ କାମ କରିବା କଷ୍ଟକର ହୋଇପଡ଼ିଛି। କଂଗ୍ରେସ ନେଇଥିବା ପ୍ରତ୍ୟେକ ନିଷ୍ପତ୍ତି ସହିତ ମୁଁ ଛିଡ଼ା ହୋଇଥିଲି। ହେଲେ ଏବେ କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ। ସଂପ୍ରତି ଓମେନ ଚାଣ୍ଡି ଓ ରମେଶ ଚେନ୍ନାଇଥାଲାଙ୍କ ନିର୍ଦ୍ଦେଶ ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ଗାନ୍ଧୀ ଓ ରାହୁଲ ଜୀ ଏହା ଜାଣିବ ପରେ ଗୋଷ୍ଠୀବାଦରୁ ନିବୃତ୍ତ ହେବାକୁ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସେମାନଙ୍କ ପରାମର୍ଶ ସତ୍ତ୍ୱେ ଏହା ଜାରି ରହିଛି।

Leave A Reply

Your email address will not be published.