କେରଳ : ଗୋଟିଏ ଭୋଟରେ ହାରିଲେ କଂଗ୍ରେସ ମେୟର ପ୍ରାର୍ଥୀ

କୋଚି : କେରଳ କୋଚି କର୍ପୋରେସନ ଉତ୍ତର ଆଇସଲାଣ୍ଡ ୱାର୍ଡରେ କଂଗ୍ରେସର ମେୟର ପ୍ରାର୍ଥୀ ଏନ ଭେନୁଗୋପାଲ ବିଜେପି ପ୍ରାର୍ଥୀଙ୍କ ଠାରୁ ଗୋଟିଏ ଭୋଟରେ ପରାଜିତ ହୋଇଛନ୍ତି।

ବୁଧବାର କେରଳରେ ପୌରପାଳିକା ପାଇଁ ହୋଇଥିବା ନିର୍ବାଚନ ଫାଳଫଳ ଘୋଷଣା ହୋଇଛି। ଆଜି ସକାଳୁ ୮ଟାରୁ କରୋନା କଟକଣା ଭିତରେ ୨୪୪ଟି କେନ୍ଦ୍ରରେ ଭୋଟ ଗଣତି ଜାରି ରହିଛି। କିନ୍ତୁ ହାରିଯାଇଛନ୍ତି କଂଗ୍ରେସର ମେୟର ପ୍ରାର୍ଥୀ ଏନ ଭେନୁଗୋପାଲ। ସେ କହିଛନ୍ତି ଆମ ବିଜୟ ନିଶ୍ଚିତ ଥିଲା। କିନ୍ତୁ ହଠାତ୍‌ କ’ଣ ହେଲା ମୁଁ ଜାଣିନାହିଁ। ଦଳରେ କୌଣସି ସମସ୍ୟା ନାହିଁ। ଭୋଟିଂ ମେସିନରେ ହିଁ ସମସ୍ୟା। ଏହି ମେସିନ ବିଜେପି ବିଜୟର କାରଣ ହୋଇଥାଇ ପାରେ। ଏହା ବିରୋଧରେ ମୁଁ କୋର୍ଟକୁ ଯିବି କି ନାହିଁ ନିଷ୍ପତ୍ତି ନେଇନାହିଁ। ପ୍ରକୃତରେ କ’ଣ ଘଟିଛି ଆମେ ଏବେ ତାହାର ତର୍ଜମା କରୁଛୁ।

ମତାମତ ଦିଅନ୍ତୁ ।