କେରଳର ଉଚ୍ଚଶିକ୍ଷା ମନ୍ତ୍ରୀ କେ.ଟି ଜଲିଲଙ୍କ ଇସ୍ତଫା

କୋଚି : କ୍ଷମତାର ଅପବ୍ୟବହାର କରି ସମ୍ପର୍କୀୟଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦେଇ ଅଡୁଆରେ ପଡିଲେ କେରଳର ଉଚ୍ଚଶିକ୍ଷା ମନ୍ତ୍ରୀ କେ.ଟି ଜଲିଲ। ଲୋକାୟୁକ୍ତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଖବର ଅନୁଯାୟୀ କେ.ଟି ଜଲିଲଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ଲୋକାୟୁକ୍ତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଘଟଣା ପରେ ଜଲିଲଙ୍କୁ ଇସ୍ତଫା ଦେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌। ଲୋକାୟକ୍ତଙ୍କ ଆଦେଶକୁ ଖାରଜ କରିବା ପାଇଁ ଜଲିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ମାମଲା କୋର୍ଟରେ ବିଚାର ପାଇଁ ଆସିବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ କେ.ଟି ଜଲିଲଙ୍କ ପାଖରେ ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ଥିବାରୁ ନିଜ ସମ୍ପର୍କୀୟ ଭାଇ ଆଡିବ କେ.ଟିଙ୍କୁ କେରଳ ରାଜ୍ୟ ସଂଖ୍ୟାଲଘୁ ବିକାଶ ଅର୍ଥ ନିଗମର ଜେନେରାଲ ମ୍ୟାନେଜର ଭାବରେ ନିଯୁକ୍ତି ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button