ଖଡ଼ିଆଳ ଏନଏସି ୨୨ ଯାଏ ସଟଡାଉନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖଡ଼ିଆଳ ଏନଏସିକୁ ଆସନ୍ତା ୧୭ରୁ ସଟଡାଉନ ଘୋଷଣା କରାଯାଇଛି। ଏହି କଟକଣା ୧୭ ତାରିଖ ସକାଳ ୬ଟା ଠାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଲବତ୍ତ ରହିବ। ସଟଡାଉନରେ ଦୋକାନ ବଜାର, ରେଷ୍ଟୁରାଣ୍ଟ, ଢ଼ାବା, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସଟଡାଉନ ସମୟରେ ବିବାହ ଉସବ, ସାମାଜିକ ଉତ୍ସବ, ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ। ତେଣୁ ସମସ୍ତେ ଘରେ ରହି ସୁରକ୍ଷିତ ରହନ୍ତୁ ଏବଂ ଜିଲ୍ଲାକୁ ସୁରକ୍ଷା ଦେବାରେ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳ ସ୍ଵାଧାଦେଵ ସିଂ ଓ ପୋଲିସ ଆରକ୍ଷୀ ଅଧୀକ୍ଷକ ରାହୁଲ କୁମାର ଜୈନ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button