ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ମାଗଣାରେ ଅଧିକ ୫କିଲୋ ଚାଉଳ

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ୫କିଲୋ ଚାଉଳ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମେ’ ମାସରୁ ଅତିରିକ୍ତ ୫କିଲୋ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ହିତାଧିକାରୀମାନେ ମେ’ ଓ ଜୁନ୍ ମାସରେ ମାଗଣାରେ ମାସିକ ଅତିରିକ୍ତ ୫କିଲୋ ଚାଉଳ ପାଇବେ। ଏହାଦ୍ୱାରା ପ୍ରାୟ ୧୨ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏବାବଦ ଅର୍ଥ ସମ୍ପୂର୍ଣ୍ଣ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button