Breaking Newsପୁରାଣ-କଥା

ଖାଇବା ବେଳେ ଏହି ନିୟମ ମାନନ୍ତୁ

ପୌରଣିକ ମତ ସବୁବେଳେ ଗ୍ରହଣୀୟ। ଏହାକୁ ପାଳନ କରିବାକୁ ମୁନିରୁଷି ମାନେ ଉପଦେଶ ଦେଇଛନ୍ତି। କିନ୍ତୁ ବର୍ତ୍ତମାନର ଆଧୁନିକ ଜୀବନ ଶୈଳୀର ଆମେ ସେସବୁକୁ ଗ୍ରହଣ କରୁନାହୁଁ। ଯାହାର କୁପରିଣାମ ଆମକୁ ଭୋଗ କରିବାକୁ ପଡୁଛି। ତେବେ ମାର୍କଣ୍ଡେୟ ପୁରାଣ କୁହାଯାଇଛି ଅଗାଧୁଆ ଓ ଠିଆ ହୋଇ ଖାଇବା ଦ୍ୱାରା ମନୁଷ୍ୟ ଦରିଦ୍ର ହୋଇଯାଏ। ସୁଶ୍ରୁତ ସଂହିତାର ମତ ଗୃହସ୍ଥ ବ୍ୟକ୍ତି ଅଳ୍ପ ଖାଦ୍ୟ ଖାଇବା ଉଚିତ। ବେଶୀ ଖାଦ୍ୟ ଖାଇବା ଦ୍ୱାରା ମନୁଷ୍ୟ ରୋଗୀଣା ହୋଇଯାଏ ଓ ଆୟୁ କ୍ଷୟ ହୁଏ। ତେଣୁ ଭୋଜନ ସମ୍ବନ୍ଧୀୟ ନିୟମକୁ ଧ୍ୟାନରେ ରଖି ଖାଦ୍ୟ ଖାଇବାକୁ ଦିଆଯାଇଛି ପରାମର୍ଶ।

ଆସନ୍ତୁ ଭୋଜନ ସମ୍ବନ୍ଧିତ କିଛି ନିୟମ ଜାଣିବା :-

୧ – ନିଜର ପାଞ୍ଚଟି ଅଙ୍ଗ ଯଥା- ଦୁଇ ହାତ, ଦୁଇ ଗୋଡ ଓ ମୁହଁ ଧୋଇ ଭୋଜନ କରିବା ଉଚିତ।

୨- ମନୁ ସ୍ମୃତି ଅନୁସାରେ ଓଦା ଗୋଡରେ ଖାଦ୍ୟ ଖାଆନ୍ତୁ। ଭୋଜନ ସମୟରେ ଘର ଅନ୍ଧାର କରି ଖାଆନ୍ତୁ ନାହିଁ।

୩ – ମହାଭାରତର ଅନୁଶାସନ ଅନୁସାରେ କେବଳ ସକାଳେ ଓ ସନ୍ଧ୍ୟା ସମୟରେ ଭୋଜନ କରିବା ଉଚିତ। ଏହି ନିୟମ ପାଳନ କଲେ ଉପବାସ ରହିବାର ସୁଫଳ ମିଳିଥାଏ।

୪ – ପୁରାଣ ଅନୁସାରେ ମନୁଷ୍ୟର ପ୍ରଥମ ଭୋଜନ ଦେବତା, ଦ୍ୱିତୀୟ ଭୋଜନ ମନୁଷ୍ୟ, ତୃତୀୟ ଭୋଜନ ପ୍ରେତାତ୍ମା ଓ ଚତୁର୍ଥ ଭୋଜନରେ ରାକ୍ଷସଙ୍କ ଅଧିକାର ଥାଏ।

୫ – ବଶିଷ୍ଠ ସ୍ମୃତି ଅନୁସାରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ। ଏହାଦ୍ୱାରା ମନୁଷ୍ୟର ଧନ ଓ ଆୟୁ ବୃଦ୍ଧି ହୋଇଥାଏ। ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ପ୍ରେତ ଶକ୍ତିମାନେ ସେହି ଖାଦ୍ୟ ଗ୍ରହଣ କରିଥାନ୍ତି। ପଶ୍ଚିମ ଦିଗକୁ ମୁହଁ କରି ଖାଇଲେ ମନୁଷ୍ୟ ରୋଗୀ ହେବ ସହିତ ଆୟୁ ହ୍ରାସ ହୋଇଥାଏ।

ମତାମତ ଦିଅନ୍ତୁ ।

Back to top button