Breaking Newsରାଜ୍ୟ

ଦଶପଲ୍ଲା : ଖଳାରୁ ହାତୀ ଖାଇଗଲା ୩୦୦ କଳେଇ

ନୟାଗଡ଼ : ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଗ୍ରାମ ଗୁଡିକରେ ଦିନକୁ ଦିନ ହାତୀ ଉପଦ୍ରବ ବଢି ଚାଲିଛି। ନଷ୍ଟ କରୁଛନ୍ତି ଗରିବ ଆଦିବାସୀଙ୍କ ଫସଲ। ଖାଇ ଯାଉଛନ୍ତି ସେମାନଙ୍କ ଉପାର୍ଜିତ ଫସଲ। ଆଜି ଏଭଳି ଏକ ଘଟଣା ଘଟିଛି ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବୁଗୁଡା କଲୋନୀରେ ଦେଖିବାକୁ ମିଳିଛି।

ଗ୍ରାମର ନୀଳମଣି ମାଝି ଜମିରୁ ୩୦୦ ଧାନ କଳେଇ ଆଣି ଖଳାରେ ରଖିଥିଲେ। ଗତ ରାତିରେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଏକ ଦନ୍ତାହାତୀ ଆସି କଳେଇ ଖାଇବା ସହିତ ନଷ୍ଟ କରିଦେଇଛି। ସକାଳୁ ନୀଳମଣି ଖଳାକୁ ଆସି ଏହା ଦେଖିବା ପରେ ସ୍ଥାନୀୟ ବନ ବିଭାଗକୁ ଅବଗତ କରାଇଥିଲେ। ବନ କର୍ମଚାରୀମାନେ ଆସି କ୍ଷୟକ୍ଷତିର ଆକଳନ କରିଛନ୍ତି। କ୍ଷତିପୂରଣ ଦିଆଯିବ ବୋଲି ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ବାଣିଗୋଛା ପଶ୍ଚିମ ସଂସାର ବର୍ଗିଆ ପ୍ରତିଶ୍ରୁତି ଦେଇଛନ୍ତି।

ମତାମତ ଦିଅନ୍ତୁ ।

Back to top button