ଖାଲିପେଟରେ ଏସବୁ ଖାଇବା ମନା

0

ପ୍ରବଳ ଭୋକ ଲାଗିବା ସମୟରେ ଯାହା ଉପଲବ୍ଧ ହୋଇଥାଏ ତାହା ଆମେ ଖାଇ ଦେଇଥାଉ। କିନ୍ତୁ ଏପରି କରିବା ଅନୁଚିତ। କାରଣ ଏହା ଶରୀର ପାଇଁ କ୍ଷତିକାରକ। ତେଣୁ ଆସନ୍ତୁ ଜାଣିବା ଖାଲି ପେଟରେ କ’ଣ ଖାଇବା ଉଚିତ୍ ନୁହେଁ।

୧- ପିଜୁଳି ଶରୀର ପାଇଁ ଉପକାରୀ। ଏହା ଏକ ଏପରି ଫଳ ଯାହାକୁ ଭିନ୍ନ ଭିନ୍ନ ସ୍ଥିତିରେ ଖାଇବା ଦ୍ୱାରା ଅଲଗା ଫଳ ମିଳିଥାଏ। ଶୀତଦିନେ ସକାଳେ ଖାଲି ପେଟରେ ପିଜୁଳି ଖାଇଲେ ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଯଦି ଗ୍ରୀଷ୍ମ ଋତୁରେ ଖାଲି ପେଟରେ ପିଜୁଳି ଖାଆନ୍ତି ତେବେ ଏହା ଳାଭ ଦେଇଥାଏ। ତେଣୁ ଖାଲି ପେଟରେ ପିଜୁଳି ଖାଇବା ଉଚିତ୍ ନୁହେଁ।

୨- ଶୀତଦିନେ ସକାଳେ ଖାଲି ପେଟରେ ଆପଲ୍ ଖାଇଲେ ରକ୍ତଚାପ ବୃଦ୍ଧି ହୁଏ। କିନ୍ତୁ ଗ୍ରୀଷ୍ମ ଋତୁରେ ଆପଣ ଖାଲି ପେଟରେ ଆପଲ୍ ଖାଇପାରିବେ।

୩- ସେହିପରି ଶୀତ ଋତୁରେ ଟମାଟୋକୁ ଖାଲି ପେଟରେ ଖାଇପାରିବେ। ହେଲେ କିନ୍ତୁ ଗ୍ରୀଷ୍ମ ଋତୁରେ ଏପରି କଲେ ପେଟ କିମ୍ବା ଛାତି ପୋଡିବା ଭଳି ସମସ୍ୟା ଦେଖାଦେଇ ପାରେ। ତେଣୁ ସକାଳେ ଟମାଟୋ ଖାଇବା ଠାରୁ ଦୂରେଇ ରୁହନ୍ତୁ।

୪- ଖାଲି ପେଟରେ ଚା’ କିମ୍ବା କଫି ପିଇବା ମନା। ଏହାକୁ ବିସ୍କୁଟ ଓ ରୁଟି ସହିତ ନେଇପାରିବେ। କିନ୍ତୁ ଚା’-କଫି ଖାଲି ପେଟ କିମ୍ବା ଶୀଘ୍ର ଭୋକରେ ଗ୍ରହଣ କରନ୍ତୁ ନାହିଁ। ଏହା ପେଟରେ ଗ୍ୟାସ୍ ସୃଷ୍ଟି କରିବ।

୫- ଖାଲି ପେଟରେ ସକାଳେ ଦହି ଖାଇବାରୁ ଦୂରେଇ ରହିବା ଉଚିତ୍, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

Leave A Reply

Your email address will not be published.