ଖଣ୍ଡପଡା : ପୋଖରୀରୁ ମିଳିଲା ଭିନ୍ନକ୍ଷମ ଶିଶୁର ମୃତଦେହ

ଖଣ୍ଡପଡା : ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା କିଆଝର ଗାଁର ୬ ବର୍ଷର ଭିନ୍ନକ୍ଷମ ଶିଶୁ ପୁତ୍ରର ମୃତଦେହ ଆଜି ଗାଁ ପୋଖରୀରୁ ଉଦ୍ଧାର ହୋଇଛି। ମଙ୍ଗଳବାର ଅପରାହ୍ନରୁ ଶିଶୁଟି ନିଖୋଜ ଥିଲା। ଖୋଜାଖୋଜି କରି ନ ପାଇବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ।

ଖବର ଅନୁଯାୟୀ ମଙ୍ଗଳବାର କିଆଝର ଗାଁର ଲକ୍ଷ୍ମଣ ଲେଙ୍କାଙ୍କ ଭିନ୍ନକ୍ଷମ ଶିଶୁ ପୁତ୍ର ନିଖୋଜ ଥିଲା। ବୁଧବାର ସକାଳୁ ଗାଁ ମହାଦେବ ମନ୍ଦିର ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ମିଳିବା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଶିଶୁଟି କେମିତି ପୋଖରୀ ନିକଟକୁ ଆସିଲା ତାକୁ ନେଇ ସୃଷ୍ଟି ହୋଇଛି ସନ୍ଧେହ। ପୋଲିସ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିବା ଜଣାପଡିଛି। ଅନ୍ୟପକ୍ଷରେ କୁନି ଝିଅ ‘ଝିଅ’ ପରି ହତ୍ୟା ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୋଖରୀରୁ ଭିନ୍ନକ୍ଷମ ଶିଶୁର ମୃତଦେହ ଉଦ୍ଧାର ଏବେ ଜିଲ୍ଲାରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ମତାମତ ଦିଅନ୍ତୁ ।