କ୍ଷେତରେ ହଳ ବୁଲାଇଲେ ବିଧାୟକ ମନୋହର ରନ୍ଧାରୀ

ନବରଙ୍ଗପୁର : ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଚାଷ କ୍ଷେତରେ ଦେଖିବାକୁ ମିଳିଛି। ନିଜ ଜମିରେ ସେ ବୁଲାଉଛନ୍ତି ହଳ। ଲଘୁଚାପଜନିତ ଲଗାଣ ବର୍ଷା ଜିଲ୍ଲାର ଚାଷୀ ମହଲକୁ ଆଶ୍ଵସ୍ତ କରିଥିବା ବେଳେ ବିଧାୟକ ରନ୍ଧାରୀ ମଧ୍ୟ ଚାଷକାର୍ଯ୍ୟ ପାଇଁ ଆଗଭର ହୋଇଛନ୍ତି।

ବିଧାୟକ ରନ୍ଧାରୀ ବିଧାୟକ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ଅଧିନରେ ଜଣେ ବରିଷ୍ଠ କିରାଣୀ ଭାବେ ଚାକିରୀ କରୁଥିଲେ। ଏହି ସମୟରେ ସେ ତାଙ୍କ ଚାଷ ଜମିର ବୁଝାସୁଝା କରୁଥିଲେ। ବାପାଙ୍କ ସହିତ ମିଶି କରୁଥିଲେ ଚାଷ। ହେଲେ ବାପା ଡମ୍ବୁରୁ ରନ୍ଧାରୀଙ୍କ ପରଲୋକ ହେବାପରେ ଚାଷ କାମର ଦାୟିତ୍ଵ ବିଧାୟକ ନିଜେ ତୁଲାଉଛନ୍ତି। ନବରଙ୍ଗପୁର ବ୍ଲକ୍ ପୂଜାରୀଗୁଡା ଗାଁରେ ଥିବା ତାଙ୍କର ୧୦ ଏକର ଜମିରେ ଧାନ ତଳି ଲଗେଇବା ଠାରୁ ହିଡଦେବା ଓ ହଳ ବୁଲାଇବା ଭଳି କାମ ନିଜେ କରୁଥିବା ଦେଖିବାକୁ ମିଳିଛି। ଯାହା ଚାଷପ୍ରତି ବିମୁଖ ହେଉଥିବା ଯୁବବର୍ଗଙ୍କୁ ପ୍ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।