ଖୋର୍ଦ୍ଧା ବାର୍ କର୍ମଚାରୀ ହତ୍ୟା ଘଟଣାରେ ୬ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ବାର୍ କର୍ମଚାରୀଙ୍କ ହତ୍ୟା ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଦାଦାଗିରି ଜାହିର କରିବା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଖୋର୍ଦ୍ଧା ଏସ୍ ପି ସୂଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ ପି କହିଛନ୍ତି ପ୍ରଥମେ ଗାଡି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ ସହ ଯୁକ୍ତିତର୍କ ଓ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ନୂଆ ଛୁରି କିଣି ପୁଣି ବାର୍‌କୁ ଯାଇ ଯାଇଥିଲେ। ସେଠାରେ ପହଁଞ୍ଚିବା ପରେ ବାର୍ କର୍ମଚାରୀ ଅଜୁ ବାରିକଙ୍କୁଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୃତ୍ୟୁଞ୍ଜୟ ନାୟକ ସମେତ ୬ ଜଣଙ୍କୁ ଗିରଫ ସହିତ ବିଏମଡବ୍ଲୁ କାର୍ ଓ ମାରଣାସ୍ତ୍ର ଜବତ କରାଯାଇଛି। ସେ କହିଛନ୍ତି ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁର ଘର ନୂଆପଲ୍ଲୀ ଅଞ୍ଚଳରେ। ଏହା ପୂର୍ବରୁ ଅପରାଧୀମାନେ ଭୁବନେଶ୍ୱର ନାୟପଲ୍ଲୀ ଅଞ୍ଚଳର ଜଣେ ଗାଡି ଚାଳକକୁ ଆକ୍ରମଣ କରିଥିଲେ। ପାଞ୍ଚଟି ଟିମ୍ ଗଠନ କରାଯାଇ ଅପରାଧୀମାନଙ୍କୁ ରଣପୁର ଜଙ୍ଗଲରୁ ଗିରଫ କରାଯାଇଥିଲା।

ମତାମତ ଦିଅନ୍ତୁ ।