ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ଗ୍ରୀଷ୍ମ ଲହରୀ ଚେତାବନୀ

ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ। ଅଂଶୁଘାତଜନିତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାଛଡା ଆସନ୍ତା ଦୁଇଦିନ ତିନିଟି ଜିଲ୍ଲାରେ ଏହି ପରିସ୍ଥିତି ରହିବ। ସେଥିପାଇଁ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଆଇଥିବା ବେଳେ ଖରାରେ ବାହାରକୁ ବାହାରିବାକୁ ବାରଣ କରାଯାଇଛି।

ପାଣିପାଗ ବିଭାଗ ସୂଚନା ରବି ଓ ସୋମବାର ଆଡ଼କୁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ କାଳବୈଶାଖୀଜନିତ ବର୍ଷା ସହ ପବନର ବେଗ ୩୦ରୁ ୪୦ କିମ ରହିବାର ସମ୍ଭାବନା ଥିବାରୁ ଏ ଦୁଇଟି ଜିଲ୍ଲା ପା‌ଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଏପ୍ରିଲ ୪ ତାରିଖ ପୂର୍ବରୁ ତାତି କମିବାର ସମ୍ଭ‌ାବନା କମ୍‌। ୩୦ ତାରିଖରେ ପଶ୍ଚିମ ଓଡ଼ିଶା, ୩୧ ତାରିଖରେ ସମଗ୍ର ଓଡ଼ିଶା ଓ ଏପ୍ରିଲ ପହିଲାରେ ଦକ୍ଷିଣ ଉପକୂଳ, କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ସବୁଠାରୁ ଅଧିକ ଅନୁଭୂତ ହେବ। ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୧ ରୁ ୪୨ ଡିଗ୍ରି ରହିବ। ସମ୍ଭବତଃ ମାର୍ଚ୍ଚ ୩୧ ତାରିଖ ଦିନ ଭୁବନେଶ୍ଵର ଦେଶର ପ୍ରମୁଖ ଉତ୍ତପ୍ତ ସହର ହେବ। ଏପ୍ରିଲ ୧ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଭୁବନେଶ୍ଵରରେ ୨୯ ତାରିଖ ଓ ଏପ୍ରିଲ ୨ରୁ ୪ ତାରିଖ ଭିତରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button