ଖୋର୍ଦ୍ଧା : ତୁଳା କମ୍ପାନୀରେ ଅଗ୍ନି କାଣ୍ଡ

ଖୋର୍ଦ୍ଧା : ଜାଆଁଳା ନିକଟସ୍ଥ ରାଧାଚରଣପୁରରେ ଥିବା ଏକ ତୁଳା କମ୍ପାନୀରେ ବୁଧବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଆସବା ପତ୍ର ସମେତ ଲକ୍ଷାଧିକ ଟଙ୍କାର ତୁଳା ଜଳିପୋଡି ପାଉଁଶ ହୋଇ ଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖବର ପାଇ ଖୋର୍ଦ୍ଧା ଓ ଜଟଣୀରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ବିଦ୍ୟୁତ ସଟ୍ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ମତାମତ ଦିଅନ୍ତୁ ।