ଖୋର୍ଦ୍ଧାର ୨ ବ୍ଲକ ଓ ଦୁଇ ଏନଏସି ସଟଡାଉନ୍‌

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲଇଥିବାରୁ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ। ଜିଲ୍ଲାର ୨ଟି ବ୍ଲକ ସମେତ ୨ ଏନଏସିକୁ ସଟଡାଉନ୍‌ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
ସୂଚନା ଅନୁଯାୟୀ ଚିଲିକା ଓ ବାଣପୁର ବ୍ଲକ ସମେତ ବାଲୁଗାଁ ଏବଂ ବାଣପୁର ଏନଏସି ସଟଡାଉନ୍‌ କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ, ବଜାର ବନ୍ଦ ରହିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।