ଖୁବ୍ ଶୀଘ୍ର ବଜାରରେ ଶସ୍ତା ହେବ ପିଆଜ

ନୂଆଦିଲ୍ଲୀ : ବଜାରରେ ଖୁବ୍ ଶୀଘ୍ର ଶସ୍ତାରେ ପିଆଜ ମିଳିବ। ଏଥିପାଇଁ ନାଫେଡ଼ ପ୍ରୟାସ ଆରମ୍ଭ କରିଛି। ଆଗାମୀ ୧୦ ଦିନ ମଧ୍ୟରେ ରାଜସ୍ଥାନରୁ ପିଆଜର ଆସିବ। ଏହି ପିଆଜ ପହଞ୍ଚିବା ପରେ ମୂଲ୍ୟ ତଳକୁ ଖସି ଆସିବ ବୋଲି କହିଛନ୍ତି ନାଫେଡ଼ ନିର୍ଦ୍ଦେଶକ ଅଶୋକ ଠାକୁର।

ଶ୍ରୀ ଠାକୁରଙ୍କ କହିଛନ୍ତି ନାଫେଡ଼ ନିଜ ଗୋଦାମରୁ ଅନ୍ୟ ରାଜ୍ୟକୁ ପିଆଜ ପଠାଇବା ଆରମ୍ଭ କରିଦେଇଛି। ପ୍ରତି କିଲୋ ୨୧ ଟଙ୍କା ଦରରେ ପିଆଜ ପଠାଯାଉଛି। ଟ୍ରାନ୍ସପୋର୍ଟ ଓ ଅନ୍ୟଖର୍ଚ୍ଚକୁ ଯୋଡି ରାଜ୍ୟ ଗୁଡିକ ବିକ୍ରି କରିପାରିବେ। ଦିଲ୍ଲୀର ସଫଳ ଷ୍ଟୋରରେ ୨୮ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଥିବା ସେ କହିଛନ୍ତି। ସୂଚନା ଅନୁସାରେ ନାଫେଡ଼ ଠାରୁ ୨୧ ଟଙ୍କାରେ ପିଆଜ ଆସିଲେ ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ରଜ୍ୟ ସରକାରମାନେ ଅତିବେଶୀରେ ୩୦ ଟଙ୍କା ମୂଲ୍ୟରେ ବିକ୍ରି କରିପାରିବେ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।