କିଡନୀ ଦେବା ନାଁରେ ଠକେଇ : ଜଣେ ଗିରଫ

ଭୁବନେଶ୍ୱର : କିଡନୀ ଦେବା ନାଁରେ ଜାଲ କାଗଜପତ୍ର କରି ଠକେଇ କରୁଥିବା ହିମାଂଶୁ ନନ୍ଦଙ୍କୁ ନୟାପଲ୍ଲୀ ପୋଲିସ ଗିରଫ କରିଛି। ତାଙ୍କ ଘର ଭୁବନେଶ୍ୱର ଉତ୍ତରା ଅଞ୍ଚଳରେ। ସେ ବାଲେଶ୍ୱରର ଓ ଲକ୍ଷ୍ମୀସାଗରର ଜଣେ ରୋଗୀଙ୍କ ଠାରୁ ୮ ଲକ୍ଷ ୬୯ ହଜାର ଠକି ନେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ କିଡନୀ ଦେବାକୁ ହିମାଂଶୁ ବାଲେଶ୍ୱର ରୁପସା ଅଞ୍ଚଳର ପ୍ରତାପ ମିଶ୍ରଙ୍କଠାରୁ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଛି। ସେହିପରି ଭୁବନେଶ୍ୱର ଲକ୍ଷ୍ମୀସାଗରର ତରୁଲତା ମିଶ୍ରଙ୍କୁ ଠକିଛି ୩ଲକ୍ଷ ୧୯ହଜାର। କିଡନୀ ଆଶାୟୀ ହସ୍ପିଟାଲରେ ପହଞ୍ଚି ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ପରେ ହିମାଂଶୁର କାରନାମା ଜଣାପଡିଥିଲା। ପ୍ରତାପ ଓ ତରୁଲତାଙ୍କ ଅଭିଯୋଗ ପରେ ପୋଲିସ ହିମାଂଶୁକୁ ଗିରଫ କରିଛି। ହିମାଂଶୁ ତାର ଜଣେ ସହଯୋଗୀ ସମୀର ସୁବୁଦ୍ଧିକୁ ଏଥିପାଇଁ ବ୍ୟବହାର କରୁଥିଲା ବୋଲି ପୋଲିସ ସୂଚନା ଦେଇଛି।

ମତାମତ ଦିଅନ୍ତୁ ।